ପ୍ରକାଶ ପାଇଲା ଓଏଏସଟିଇଟି ରେଜଲ୍ଟ

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି।

www.bseodisha.ac.inରେ ରେଜଲ୍ଟ ଉପଲବ୍ଧ

ଭୁବନେଶ୍ବର, ୧୯/୦୬: ଆଜି ଓଏସଏସଟିଇଟି (ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୩)ର ଫଳାଫଳ ପ୍ରକାଶ ପାଇଛି। www.bseodisha.ac.in ବୋର୍ଡ ର ଅଫିସିଆଲ ୱେବସାଇଟରେ ଫଳ ପ୍ରକାଶିତ ହୋଇଛି।

ପରୀକ୍ଷାର୍ଥୀମାନେ ସେମାନଙ୍କର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ / ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେଇ ସେମାନଙ୍କର ଫଳାଫଳ ଡାଉନଲୋଡ୍ କରିପାରିବେ। ସମସ୍ତ ଯୋଗ୍ୟ ପରୀକ୍ଷାର୍ଥୀ ୱେବସାଇରୁ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।