ବାଚସ୍ପତି ପଦରେ ବସିଲେ ସୁରମା ପାଢ଼ୀ

ଓଡିଶା ବିଧାନସଭାର ନୂତନ ବାଚସ୍ପତି ହେଲେ ବିଜେପି ବିଧାୟିକା ସୁରମା ପାଢ଼ୀ।

ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ

ଭୁବନେଶ୍ବର, ୨୦/୦୬: ରଣପୁରରୁ ଦୁଇ ଥର ବିଧାୟିକା ହୋଇଥିବା ବିଜେପିର ସୁରମା ପାଢ଼ୀ ଗୁରୁବାର ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି। ଗତ କାଲି ବାଚସ୍ପତି ପଦ ପାଇଁ କୌଣସି ଦଳରୁ ପ୍ରାର୍ଥି ନାମାଙ୍କନପତ୍ର ଦାଖଲ କରିନଥିଲେ। ତେଣୁ ବିନା ପ୍ରତିଦ୍ୱନ୍ଦୀରେ ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢ଼ୀ ହେଉଛନ୍ତି ଓଡ଼ିଶା ବିଧାନସଭାର ଦ୍ୱିତୀୟ ମହିଳା ବାଚସ୍ପତି। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସୁରମା ପାଢ଼ୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଥିଲେ।