ଏନଟିଏ ଦ୍ୱାରା ପରିଚାଳିତ ୟୁଜିସି ନେଟ୍ ପରୀକ୍ଷା ରଦ୍ଦ

ଜୁନ ୧୮ରେ ସାରା ଦେଶରେ ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ପୂର୍ବରୁ ପେପର ଲିକ୍; ପୁଣି ପରୀକ୍ଷା ଦେବେ ଆଶାୟୀ!

ନୂଆଦିଲ୍ଲୀ,୧୯/୦୬: ଦେଶର ବିଭିନ୍ନ ସହରରେ ଜୁନ୍ ୧୮ରେ ଅନୁଷ୍ଠିତ ହୋଇଥିବା ୟୁଜିସି-ନେଟ୍ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଛି ଶିକ୍ଷା ମନ୍ତ୍ରଣାଳୟ। ଜୁନ୍ ୧୯ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ (ଏନ୍ ସିଟିଏୟୁ)ରୁ ପରୀକ୍ଷା ସମ୍ପର୍କରେ କିଛି ଅନିୟମିତତା ହୋଇଥିବା ସୂଚନା ପାଇଥିଲା। ମଙ୍ଗଳବାର ଅନୁଷ୍ଠିତ ପରୀକ୍ଷାରେ ଅନିୟମିତତା କିମ୍ବା ପେପର ଲିକ୍ ହୋଇଥିବା ପ୍ରାଥମିକ ଭାବେ ଏହି ସୂଚନାରୁ ଜଣାପଡିଛି। ତେଣୁ ଏହି ଘଟଣାର ତଦନ୍ତ କରିବା ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯିବ। ଏଭଳି ଖବର ପ୍ରକାଶନ ପରେ ପୁନଃ ତାରିଖ ନିର୍ଦ୍ଧାରଣ କରାଯାଇ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପିଆଇବି ପକ୍ଷରୁ ସୂଚନା ମିଳିଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରୀକ୍ଷା ଆୟୋଜନ କରାଯାଇଥିଲା। ଓଏମ୍ଆର ସିଟ୍ ଅର୍ଥାତ ପେନ୍ ଓ ପେପର ମୋଡରେ ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୩୧୭ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୧୧,୨୧,୨୨୫ ଆଶାୟୀ ପରୀକ୍ଷା ଦେଇଥିଲେ।