ପିସିସି ସଭାପତିଙ୍କୁ କାଳିମାଡ!

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ କରୁଥିବାର ଦୃଶ୍ୟ ସାମନାକୁ ଆସିଛି।

କଂଗ୍ରେସ ଭବନରେ ଶରତଙ୍କ ବିରୋଧରେ ନାରାବାଜି

ଭୁବନେଶ୍ବର, ୨୧/୦୬: କଂଗ୍ରେସରେ ଦେଖାଦେଇଛି ଦଳୀୟ କନ୍ଦଳ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ କରିଛନ୍ତି କିଛି ଅସନ୍ତୋଷ ଯୁବ କଂଗ୍ରେସ କର୍ମୀ। ରାଜ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନରେ ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ କରୁଥିବାର ଦୃଶ୍ୟ ସାମନାକୁ ଆସିଛି। କାଳି ମାଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିର୍ବାଚନ ପରିଚାଳନାକୁ ନେଇ କିଛି ଯୁବ କଂଗ୍ରେସ କର୍ମୀ ଅସନ୍ତୋଷ ଥିବାର ସନ୍ଦେହ କରାଯାଉଛି। ଅସନ୍ତୋଷ ଝାଡିବାକୁ ଯାଇ ମୁହଁରେ ମାସ୍କ ଲଗାଇ କିଛି ଯୁବ କଂଗ୍ରେସ କର୍ମୀ କାଳି ମାଡ କରିବା ସହ ପିସିସି ସଭାପତିଙ୍କ ବିରୋଧରେ କର୍ମୀଙ୍କ ନାରାବାଜି ଦେଖିବାକୁ ମିଳିଛି।