ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ଦାୟିତ୍ୱମୁକ୍ତ କଲେ ରାଜ୍ୟ ସରକାର

ବିଜେଡି ସରକାରରେ ନିଯୁକ୍ତ ହୋଇଥିବା ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ରାଜ୍ୟ ସରକାର ଦାୟିତ୍ୱମୁକ୍ତ କରିଛନ୍ତି।

ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୧/୦୬: ନବୀନ ସରକାରରେ ନିଯୁକ୍ତ ହୋଇଥିବା ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ଦାୟିତ୍ବ ମୁକ୍ତ କରିଛନ୍ତି ବିଜେପି ସରକାର। ଅଧିକାରୀଙ୍କ କାର୍ଯ୍ୟଦକ୍ଷତାରେ କୌଣସି ଉନ୍ନତି ନ ଆସିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧିକାରୀ ମାନଙ୍କୁ ଦାୟିତ୍ୱରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।