CSIR-UGC-NET ପରୀକ୍ଷା ସ୍ଥଗିତ କଲା ଏନଟିଏ

ଜୁନ ୨୫ରୁ ୨୭ ତାରିଖ ମଧ୍ୟରେ ଏନଟିଏ ଦ୍ୱାରା CSIR-UGC-NET ପରୀକ୍ଷା ଅନୁଷ୍ଠିତ ହେବାର ଥିଲା।

ନୂଆ ପରୀକ୍ଷା ସୂଚୀ ଜାରି କରିବ ଏନଟିଏ

ନୂଆଦିଲ୍ଲୀ, ୨୧/୦୬: CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଜୁନ୍ ୨୫ରୁ ୨୭ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଅନିର୍ବାଯ୍ୟ କାରଣ ଯୋଗୁଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ସୂଚୀ ଏନଟିଏ ୱେବସାଇଟରେ ଉପଲବ୍ଧ ହେବ।

CSIR-UGC-NET ସମ୍ବନ୍ଧୀୟ ଅପଡେଟ୍ ପାଇଁ ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟକୁ ଯାଇପାରିବେ। ଅଧିକ ଅପଡେଟ୍ ପାଇଁ ଛାତ୍ରଛାତ୍ରୀମାନେ ଏନଟିଏ ହେଲ୍ପ ଡେସ୍କକୁ ୦୧୧-୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ରେ କଲ୍ କରିପାରିବେ।