ଓସେପାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଯାମିନୀ ଷଡ଼ଙ୍ଗୀ

ଜୁନ ୨୪ରୁ ଅନୁପସ୍ଥିତ ରହିବେ ପାରୁଲ ପଟୱାରୀ

ଭୁବନେଶ୍ବର, ୨୨/୦୬: ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଏସପିଡି) ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସୂଚନା ମୁତାବକ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀ ଆସନ୍ତା ଜୁନ ୨୪ରୁ ଅନୁପସ୍ଥିତ ରହିବେ ତେଣୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ଏସପିଡି ୟାମିନୀ ଷଡ଼ଙ୍ଗୀଙ୍କୁ ପାଟୱାରୀ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ନିଜ ଦାୟିତ୍ୱ ବ୍ୟତୀତ ଓସେପାର ଏସପିଡି ଏବଂ ମୋ ସ୍କୁଲର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।