ପାର୍ଥ ଚାଟାର୍ଜୀ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

କୋଲକାତା: ସ୍କୁଲ୍ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଫସିଥିବା ପୂର୍ବତନ ଟିଏମ୍‌ସି ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। PMLA(ଆର୍ଥିକ ଦୁର୍ନୀତି ନିରୋଧକ ଆଇନ୍) କୋର୍ଟ ତାଙ୍କୁ ୧୪ ଦିନିଆ ଜୁଡ଼ିସିଆଲ୍ କଷ୍ଟୁଡିକୁ ପଠାଇଛନ୍ତି।

ଦୁର୍ନୀତି ଅଭିଯୋଗରେ ଜୁଲାଇ ୨୩ ତାରିଖରେ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରିଥିଲା ଇଡି। ସେବାଠାରୁ ଉଭୟଙ୍କୁ ଇଡି ରିମାଣ୍ଡରେ ନେଇ ଜେରା ଜାରି ରଖିଥିଲା।। ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିବା ବେଳେ ଶିକ୍ଷକ ନିଯୁକ୍ତିରେ ହେର୍‌ଫେର୍ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହାପରେ ପଚରାଉଚରା କରିବା ପରେ ପାର୍ଥଙ୍କ ସହଯୋଗୀ ଅର୍ପିତାଙ୍କର ଦୁଇଟି ଘରୁ ଚଢ଼ାଉ କରି ୪୯.୮ କୋଟି ଟଙ୍କା ଜବତ କରଥିଲା ଇଡି। ତା ସହ ବହୁ ପରିମାଣରେ ଗହଣା ମଧ୍ୟ ଜବତ କରାଯାଇଥିଲା। ପାର୍ଥ ତାଙ୍କ ଘରକୁ ଟ୍ରେଜରି ଭାବେ ବ୍ୟବହାର କରୁଥିଲେ ବୋଲି ଅର୍ପିତା ମଧ୍ୟ ଇଡି ସମ୍ମୁଖରେ ସ୍ୱୀକାର କରିଥିଲେ।