ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ।

ଘଟଗାଁ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ବର, ୨୨/୦୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରେ ରବିବାର ପ୍ରଥମ ଥର ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରବିବାର ପୂର୍ବାହ୍ନ ୧୦ଟା ୨୫ରେ ଭୁବନେଶ୍ୱରରୁ କେନ୍ଦୁଝରର ଘଟଗାଁ ଅଭିମୁଖେ ଯାତ୍ରା କରିବା ସହ ଘଟଗାଁ ହାଇସ୍କୁଲ ପଡ଼ିଆରୁ ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ କରିବେ। ମା’ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅପରାହ୍ନ ପ୍ରାୟ ୧ଟା ୧୦ରେ କେନ୍ଦୁଝର ଟାଉନ ଅଭିମୁଖେ ଯାତ୍ରା କରିବେ। ସେଠାରେ ଆଉ ଏକ ରୋଡ୍ ସୋ କରିବା ସହ ସମ୍ବର୍ଦ୍ଧନା ସମାରୋହ ଓ ସାଧାରଣ ସଭାରେ ଯୋଗ ଦେଇ ସେଠାରେ ରାତ୍ରୀଯାପନ କରିବେ।

ସେହିଭଳି ସୋମବାର ମୁଖ୍ୟମନ୍ତ୍ରୀ ରାଇକଳା ଯାଇ ରାଇକଳାରୁ ଝୁମ୍ପୁରା ପର୍ଯ୍ୟନ୍ତ ରୋଡ୍ ସୋ’ରେ ଯୋଗଦେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ବର୍ଦ୍ଧନା ସମାରୋହ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେ ନିଜ ଗାଁରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଘରେ ମଧ୍ୟାହ୍ନ ଭୋଜନ କରି ଭୁବନେଶ୍ବର ଫେରିବେ।