୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ

୫୩ତମ ଜିଏସଟି ପରିଷଦ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ଅର୍ଥ ସଚିବ ବିଶାଲ ଦେବ ଯୋଗ ଦେଇଥିଲେ।

କେନ୍ଦ୍ରକୁ ସହାୟତା ଲୋଡିଲା ଓଡ଼ିଶା

ନୂଆଦିଲ୍ଲୀ, ୨୨/୦୬: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ।

ପ୍ରାକ୍ ବଜେଟ୍ ବୈଠକରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ, ସୁଭଦ୍ରା ଯୋଜନାରେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୫ ଲକ୍ଷ ପକ୍କା ଘର, ପାରାଦୀପ ବନ୍ଦର ସମ୍ପ୍ରସାରଣ ସମେତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ଓଡ଼ିଶା ସରକାର ।

ଆଗାମୀ ୨୦୨୪-୨୫ ବଜେଟ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବା ପାଇଁ ଡକାଯାଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦଳରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ଅର୍ଥ ସଚିବ ବିଶାଲ ଦେବ ଯୋଗ ଦେଇଥିଲେ।