ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଘେରିଲା ଛାତ୍ର ବିଜେଡି

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଦୃଢ଼ ନିନ୍ଦା କଲେ:- ଛାତ୍ର ବିଜେଡ଼ି ରାଜ୍ୟ ସଭାପତି।

‘କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ନିନ୍ଦନୀୟ’

ଭୁବନେଶ୍ବର, ୨୪/୦୬: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛି ଛାତ୍ର ବିଜେଡ଼ି। ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଦେଶର ୩୪ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର ସରକାର। କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ କହିଲେ କୌଣସି ପେପର ଲିକ୍ ହୋଇନି। ପରେ କହିଲେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲିକ୍ ହୋଇଛି। ଏହି ଉକ୍ତିରେ ସ୍ପଷ୍ଟତା ଆସୁନାହିଁ ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଯାଇଛି ଯାହାକୁ କି ବିଜୁ ଛାତ୍ର ଜନତା ଦଳ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଏହି ବିଷୟରେ କେନ୍ଦ୍ର ସରକାର ସ୍ପଷ୍ଟତା ଆଣିବା ପାଇଁ ଦାବି କରୁଛୁ। ଏହି ଅବସରରେ କେନ୍ଦ୍ରକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚେତେଇ ଦିଆଯାଉଛି ଯେ ଏନଟିଏ ଡାଇରେକ୍ଟରଙ୍କୁ ହଟାଇଲେ କିଛି ହେବନି ଏନେଇ ସ୍ପଷ୍ଟତା ଆଣିବା ଦରକାର। ନହେଲେ ଆଗାମୀ ଦିନରେ ଓଡ଼ିଶା ଛାତ୍ର ସମାଜ ଏହାକୁ ଦୃଢ଼ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବ। ଏହା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ଦାବି ଜଣାଯାଇଛି। ତତ୍ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଯେ ନିଜ ବିଭାଗ ଉପରେ ଦଖଲ ଅଛି ତାହା କାଇଁ ଏଥିରୁ ଜଣା ପଡୁନାହିଁ ବୋଲି ଛାତ୍ର ବିଜେଡ଼ି ସଭାପତି କହିଛନ୍ତି।