ରାଜ୍ୟ ସଡକ ପରିବହନ ନିଗମର ସମୀକ୍ଷା ବୈଠକ

ପରିବହନ କ୍ଷେତ୍ରରେ ଓଏସ୍ଆଟିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା।

ଯୋଗ ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଭୁବନେଶ୍ବର,୨୫/୦୬: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆଟିସି) ରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ।

ରାଜ୍ୟର ପରିବହନ କ୍ଷେତ୍ରରେ ଓଏସ୍ଆଟିସି ଯେପରି ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ଆଗାମୀ ଦିନରେ ଓଏସ୍ଆଟିସି ପରିବହନ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୁଷଣ ଜେନା ମତବ୍ୟକ୍ତ କରିଥିଲେ।

ଏହି ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପରିବହନ କମିଶନର ଶ୍ରୀଯୁକ୍ତ ଅମିତାଭ ଠାକୁର ଏବଂ ଓଏସ୍ଆଟିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିପ୍ତେଶ ପଟ୍ଟନାୟକ ଉପସ୍ଥିତ ଥିଲେ।