ହାଇଟେକ୍ ଗ୍ରୁପର ଅଧ୍ୟକ୍ଷଙ୍କୁ ‘ଦ ଟାଇମସ୍ ହେଲଥ୍ ଆଇକନ’ ସମ୍ମାନରେ ସମ୍ମାନିତ

‘ଦ ଟାଇମସ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର, ୨୭/୦୬: ଓଡ଼ିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଏବଂ ବିଶେଷ କରି ଓଡ଼ିଶାରେ ଦୁଇ ଦୁଇଟି ଉଚ୍ଚମାନର ପ୍ରଥମ ପ୍ରାଇଭେଟ ମେଡିକାଲ୍ କଲେଜ ଏବଂ ପାରଳାଖେମୁଣ୍ଡି ଭଳି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ‘ଦ ଟାଇମସ୍ ଅଫ୍ ଇଣ୍ଡିଆ’ ଦ୍ୱାରା ଆୟୋଜିତ ‘ଦ ଟାଇମସ୍ ହେଲଥ୍ ଆଇକନ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ବଲିଉଡର ସୁପରଷ୍ଟାର ଅନିଲ କପୁର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ନେଇ ଡ଼ଃ ପାଣିଗ୍ରାହୀ କହିଥିଲେ ଯେ, ଏହି ସମ୍ମାନ ମୋତେ ଆଗାମୀ ଦିନରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବା ସହ ସମାଜ ସେବା ପାଇଁ ପ୍ରେରଣା ଯୋଗାଇବ। ତା’ ଛଡା ମୁଁ ସବୁବେଳେ ସମସ୍ତଙ୍କ ସୁଖରେ ଦୁଃଖରେ ଛିଡା ହେବା ସହ ସେବା ଯୋଗାଇଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି।