କେନ୍ଦୁଝରରେ ବିଶାଳ ଚାଷୀ ସମାବେଶ

ବିଜେପି କୃଷକ ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

କେନ୍ଦୁଝର,୩୦/୦୬: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାକୁ ପ୍ରଚାର ପାଇଁ ଆସିଥିବା ବେଳେ ସାଧାରଣ ସଭାରେ ତାଙ୍କର ଭାଷଣରେ କହିଥିଲେ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀମାନଙ୍କୁ ଦିଆଯିବ। ଓଡ଼ିଶାରେ ବିଜେପିର ବିପୁଳ ବିଜୟ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତ ଜୁନ୍ ୧୨ ତାରିଖ ଦିନ ଶପଥ ନେବାର ୨୪ ଘଣ୍ଟା ନପୁରୁଣୁ ମନ୍ତ୍ରୀ ମଣ୍ଡଳ ବୈଠକ ଡାକି ଗୋଟିଏ ଦିନ ପରେ ଖରିଫ୍ ଧାନ କିଣା ସମୟରେ ଓଡିଶାର ଚାଷୀ ମାନଙ୍କଠାରୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କିଣା ଯିବ ବୋଲି ଘୋଷଣା କରିଛନ୍ତି। ଏହାକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସ୍ଵାଗତ କରିବା ସହିତ ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି।
ଓଡିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଚାଷୀମାନଙ୍କୁ ଦେବା ପାଇଁ ଘୋଷଣା କରିଥିବାରୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ତରଫରୁ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନ ଅନ୍ତର୍ଗତ ହଦଗଡ଼ଠାରେ ଧନ୍ୟବାଦ ପ୍ରଧାନମନ୍ତ୍ରୀ ଓ ଧନ୍ଯବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଜେପିର ୩୬ଟି ସାଂଗଠନିକ ଜିଲ୍ଲାରୁ ୨ ଶହରୁ ଊର୍ଦ୍ଧ୍ବ ଚାଷୀ ନେତାମାନଙ୍କର ଆଜି ହଦଗଡ଼ଠାରେ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ସମାବେଶ ଅନୁଷ୍ଠିତ ହେଇଥିଲା। ସମସ୍ତ ଚାଷୀ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବହୁତ ବହୁତ ଧନ୍ୟବାଦ କୃତଜ୍ଞତା ଜଣାଇଥିଲେ। ଏହି ଧନ୍ୟବାଦ ଓ କୃତଜ୍ଞତା କାର୍ଯ୍ୟକ୍ରମ ସାରା ଓଡିଶାରେ ସମସ୍ତ ଜିଲ୍ଲାରେ, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଚାଷୀ ସମାବେଶ କରାଯାଇ କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣ କାରୀ ଯୋଜନା ଉପରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ବରିଷ୍ଠ ନେତୃବୃନ୍ଦ ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର, ମନୋଜ କୁମାର ସାହୁ, ସୁଶ୍ରୀ ମନିଷା ଚିନ୍ମୟୀ ବେହେରା, ପୁଲିନ ପୁହାଣ, କେଶରୀ ଦୁର୍ଗା, ରତିଲାଲ ପ୍ରଧାନ, ସୁଧୀର କୁମାର ମୁଣ୍ଡ, ରବିନ୍ଦ୍ର କୁମାର ଦେଓ, ଅବନେଶୂର ପ୍ରଧାନ, ପ୍ରଦୀପ କୁମାର ସାହୁ, ଶ୍ଵେତ ଦୋରା, ଶ୍ରୀନିବାସ ପ୍ରଧାନ, ପ୍ରଶାନ୍ତ କୁମାର ସ୍ୱାଇଁ, ଅଜୟ କୁମାର ପ୍ରଧାନ, ସୁଦର୍ଶନ ଜେନା, ସୁରଥ କୁମାର ସେଠୀ, ବିକ୍ରମ କେଶରୀ ରାଉତରାୟ, ଶ୍ରୀଧର ପ୍ରସାଦ ପ୍ରଧାନ, ପାଣ୍ଡବ ଧଳ, ଶ୍ରୀଧର ବିଶ୍ଵାଳ, ଶଙ୍କର୍ଷଣ ଜେନା, ଉପେନ୍ଦ୍ର ରାଉଳ, ସନ୍ତୋଷ କୁମାର ସାହୁ, ଅଲେଖ କୁମାର ବେହେରା, କୈଶିକ ଚାନ୍ଦ, ବୈରାଗୀ ଚରଣ ବେହେରା, କୈଳାଶ ଚନ୍ଦ୍ର ବାରିକ, ଅନୀଲ କୁମାର ସାହୁ, ରଂଜନ କୁମାର ମହାନ୍ତ, ବିମଲ ସେନାପତି, ତପନ କୁମାର ବେହେରା, ସନୋଷ କୁମାର ରାଉତ, ଶୁଦ୍ଧା ସାହୁ, ଶ୍ରୀଧର ସାହୁ, ଯୁଧିଷ୍ଠିର ମଲ୍ଲିକ, ନିରଞ୍ଜନ ପାଣିଗ୍ରାହୀ, କୈଳାଶ ଚନ୍ଦ୍ର ସାମଲ, ରଘୁନାଥ ସାହୁ, ଶ୍ରୀମତୀ ପୂର୍ଣିମା ଦାଶ, ନନ୍ଦିନୀ ଶତପଥୀ, ବନ୍ଦନା ଦାସ କାନୁନଗୋ, ଜୟ ଲକ୍ଷ୍ମୀ ମହାନ୍ତି, ସୁମିତ୍ରା ପାଣିଗ୍ରାହୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।