ବିରାଟ-ରୋହିତଙ୍କ କ୍ଲବରେ ସାମିଲ ହେଲେ ଭାରତୀୟ ଅଲରାଉଣ୍ଡର

ଅନ୍ତର୍ଜାତୀୟ ଟି-ଟେଣ୍ଟିରୁ ଅବସର ନେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା।

ଟି-ଟେଣ୍ଟିରୁ ଅଲବିଦା ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ, ୩୦/୦୬: ଅନ୍ତର୍ଜାତୀୟ ଟି-ଟେଣ୍ଟିରୁ ଅବସର ନେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ୨୦୨୪ ଟି-୨୦ ବିଶ୍ୱକପ୍ ବିଜୟର ଗୋଟିଏ ଦିନ ପରେ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ବାର୍ବାଡୋସର ବ୍ରିଜଟାଉନରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ଭାରତର ଏହି ବିଜୟ ହାସଲ ପରେ ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ପରିଚିତ ଜାଡେଜା ପ୍ରାୟ ୩୬ ବର୍ଷ ବୟସରେ ଟି-୨୦ କ୍ରିକେଟରୁ ସନ୍ୟାସ ନେଇଛନ୍ତି।

ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ବିଜୟ ପରେ ବିରାଟ କୋହଲି ଓ ରୋହିତ ଶର୍ମା ବାର୍ବାଡୋସରେ ଅବସର ନେଇଥିବା ଘୋଷଣା କରିଥିଲେ। ଅବସର ନେଇ ଆଜି ସୋସିଆଲ ମିଡ଼ିଆ ସାଇଟରେ ଘୋଷଣା କରିଛନ୍ତି ଜାଡେଜା। ଟି-ଟେଣ୍ଟି କପ୍ ଜିତିବା ସ୍ୱପ୍ନ ଥିଲା। ତାହା ଏବେ ପୂରଣ ହୋଇଛି ବୋଲି କହିଛନ୍ତି ଜାଡେଜା।

ରବୀନ୍ଦ୍ର ଜାଡେଜା ୭୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ୧୨୭.୧୬ ଷ୍ଟ୍ରାଇକ୍ ରେଟରେ ୫୧୫ ରନ୍ ସଂଗ୍ରହ କରିଛନ୍ତି। ୭୪ଟି ମ୍ୟାଚରେ ୫୪ ୱିକେଟ୍ ଅକ୍ତିଆର କରିଛନ୍ତି।