ଦାୟିତ୍ୱ ଗ୍ରହଣ ପରେ ଆହୁଜାଙ୍କ ପ୍ରଥମ ବୈଠକ

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଭିନ୍ନ ବିଭାଗର ସଚିବଙ୍କ ସହ ସମୀକ୍ଷା ବୈଠକ

ଭୁବନେଶ୍ବର, ୦୧/୦୭: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ସାକ୍ଷାତ କରିଛନ୍ତି। ଏହା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ ପ୍ରାଥମିକ ସମୀକ୍ଷା ବୈଠକ କରିଥିଲେ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ସଚିବମାନେ ଯୋଗଦାନ କରିଥିଲେ। ଆଗାମୀ ବଜେଟ୍ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁରୁଖୁରୁରେ ପରିଚାଳନା ଓ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗରେ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ସାମାନ୍ୟ ସମସ୍ୟା ଦେଖାଦେଲେ ବିଳମ୍ବ ପରିବର୍ତ୍ତେ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଆହୁଜା ଗୁରୁତ୍ୱାରୋପ କରିଥିଲେ।