ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାଏକଙ୍କ ପରଲୋକ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାଏକଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି।

କାକଟପୁରରୁ ୭ ଥର ବିଧାୟକ ଭାବେ ନିର୍ବାଚିତ

ଭୁବନେଶ୍ବର, ୦୫/୦୭: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାଏକଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶ୍ରୀ ନାୟକ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରେରଣାରେ ରାଜନୀତିରେ ଯୋଗ ଦେଇଥିଲେ ଶ୍ରୀ ନାଏକ। ରାଜନୈତିକ ଜୀବନରେ ସେ କୃଷି, ରାଜସ୍ୱ ଓ ଶିକ୍ଷା, ଅବକାରୀ ସମେତ ବିଭିନ୍ନ ମନ୍ତ୍ରୀପଦ ସମ୍ଭାଳିଥିଲେ। ଶ୍ରୀ ନାଏକ କାକଟପୁରରୁ ବିଜେଡିରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୦ରୁ ୧୯୬୭ ପର୍ଯ୍ୟନ୍ତ ସେ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ୧୯୭୧ ମସିହାରୁ ରାଜନୀତିରେ ସକ୍ରିୟ ଥିବା ସହ ସମାଜ ସେବାରେ ଜଡିତ ରହିଥିଲେ।