ସିଏମ୍ଓରୁ ହଟିଲେ ୪ ଓଏଏସ୍ ଅଫିସର

ସାଧାରଣ ପ୍ରଶାସନ ବିଭାଗକୁ ବଦଳି

ଭୁବନେଶ୍ବର, ୦୪/୦୭: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ୪ ଜଣ ବରିଷ୍ଠ ଓଏଏସ୍ ଅଫିସର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗକୁ ବଦଳି କରିଛନ୍ତି ରାଜ୍ୟ ସରକାର।

ଓଏଏସ୍ ଅଧିକାରୀଙ୍କ ମଧ୍ୟରେ ଲାଲା ମନୋଜ କୁମାର ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ବେଳେ ରବୀନ୍ଦ୍ର କୁମାର ସେଠୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଥିଲେ। ଶୁଭ୍ରାଂଶୁ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବା ସହ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ମନୋଜ କୁମାର ସ୍ବାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଥିଲେ।