ଡ୍ରଗ୍ସ ମାମଲାରେ ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ଭାଇ

ହାଇଦ୍ରାବାଦକୁ ଚାଲାଣ କରୁଥିଲେ କୋକେନ

ହାଇଦ୍ରାବାଦ, ୧୫/୦୭: ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ପ୍ରୀତ ସିଂହ। ଏହି ମାମଲାରେ ଅନ୍ୟ ୪ ଜଣଙ୍କୁ ମଧ୍ୟ ସୋମବାର ହାଇଦ୍ରାବାଦ ପୁଲିସ ଗିରଫ କରିଛି। ଅମନ ପ୍ରୀତ ସିଂହ, ଅନିକେତ ରେଡ୍ଡୀ, ପ୍ରସାଦ, ମଧୁସୂଦନ ଓ ନିଖିଲ ଦାମନଙ୍କ ସମେତ ୫ ଜଣ ଅଭିଯୁକ୍ତ ଏବେ ପୁଲିସ ହେପାଜତରେ ଅଛନ୍ତି ଏବଂ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାନୁସାରେ, ହାଇଦ୍ରାବାଦକୁ ୨.୬ କେଜିର କୋକେନ ଚାଲାଣ କରାଯାଉଥିବା ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବିଭାଗକୁ ଖବର ମିଳିଥିଲା। ହଠାତ୍ ଚଢାଉ କରି ହାଇଦ୍ରାବାଦ ପୋଲିସ ଅମନ ପ୍ରୀତ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ପୁଲିସ ଟିମ୍ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ଅମନ ପ୍ରୀତ ସିଂହଙ୍କ ସମେତ ୩୦ ଜଣ ଗ୍ରାହକଙ୍କୁ ମଧ୍ୟ ଚିହ୍ନଟ କରିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଡ୍ରଗ୍ସ ଚୋରା ଚାଲାଣ ଓ ସେବନ ମାମଲାରେ ଇଡି ରାକୁଲ ପ୍ରୀତ ସିଂହଙ୍କୁ ସମନ କରିଥିଲା ୨୦୨୧ ଓ ୨୦୨୨ରେ ଡ୍ରଗ୍ସ ଚୋରା ଚାଲାଣ ଓ ସେବନ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ରକୁଲ ପ୍ରୀତ ସିଂହଙ୍କୁ ମଧ୍ୟ ସମନ କରିଥିଲା। ଗତବର୍ଷ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ତାଙ୍କ ବୟାନ ରେକର୍ଡ କରିଥିଲା। ଇଡି ଗତ ୪ ବର୍ଷ ଧରି ଡ୍ରଗ୍ସ ଚୋରା ଚାଲାଣ ଏବଂ ସେବନ ମାମଲାର ତଦନ୍ତ କରୁଛି।