ଗୃହ ବିଭାଗର ଓଏସଡି ଭାବେ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ମିଳିଲା ଦାୟିତ୍ୱ

ନିଲମ୍ବନ ହଟିବା ପରେ ତୁରନ୍ତ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର, ୧୫/୦୭: ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ଡିଏସ୍ କୁଟେଙ୍କ ନିଲମ୍ବନକୁ ଓଡ଼ିଶା ସରକାର ତୁରନ୍ତ ପ୍ରତ୍ୟାହାର କରି ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି। ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ ମହଲା ଥିବା ତୃତୀୟ ମହଲାରୁ ଦ୍ୱିତୀୟ ମହଲାକୁ ଆସିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ପରିଚାଳନାରେ ଦଳୀୟ ହସ୍ତକ୍ଷେପ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ ଡିଏସ୍ କୁଟ୍ଟେ। କୁଟ୍ଟେଙ୍କୁ ନିଲମ୍ବିତ କରିବା ପାଇଁ ଗତ ୨୮ ତାରିଖରେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମେ ୨୯ ତାରିଖରୁ କୁଟେଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା।