ସରକାରଙ୍କ ଉପରେ ନଜର ରଖିବ ମୁଖ୍ୟ ବିରୋଧୀ ଦଳ

ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟ୍ଟନାୟକଙ୍କ ଯୋଜନା।

୫୦ ବିଧାୟକଙ୍କୁ ଦାୟିତ୍ୱ ଦେଲେ ବିଜେଡ଼ି ସୁପ୍ରିମୋ

 

ଭୁବନେଶ୍ବର, ୧୭/୦୭: ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ। ବିଧାନସଭା ରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣକାରୀ ଓଡିଶାବାସୀଙ୍କ ହକ୍ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟ ମାନଙ୍କୁ ନିମ୍ନ ସୂଚୀ ଅନୁଯାୟୀ ଦାୟିତ୍ୱ ପ୍ରଦାନ କରିଛନ୍ତି।

ବିଧାନସଭାରେ ବିରୋଧୀ ବିଜୁ ଜନତା ଦଳକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି।