ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଉଛି ପାକିସ୍ତାନ

ପଢନ୍ତୁ ଭାରତରେ ସୀମା ପାର ଆତଙ୍କବାଦର ମୁଖ୍ୟ ଉତ୍ସ

ନୂଆଦିଲ୍ଲୀ, ୧୭/୦୭: ଭାରତରେ ଆତଙ୍କୀ ହାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉଛି ସଦ୍ୟତମ ଉଦାହରଣ। ସୀମା ପାର ଆତଙ୍କବାଦୀ ବିଶେଷ କରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବାହାର ଦେଶରେ ରହି ମଧ୍ୟ ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚଳାଉଛନ୍ତି। ଭାରତର ସାଧାରଣ ନାଗରିକଙ୍କୁ ପ୍ରଲୋଭିତ କରି ଏବଂ ଭୟ ଦେଖାଇକି ଏହି ଆକ୍ରମଣର ଷଡଯନ୍ତ୍ରକୁ ସଫଳ ରୂପ ଦେଉଛନ୍ତି। ଏହି ଆକ୍ରମଣରେ ଯେ ଖାଲି ଭାରତୀୟ ଆର୍ମି ଯବାନ ସହିଦ ହେଉଛନ୍ତି ତାହା ନୁହେଁ, ବରଂ ସାଧାରଣ ନାଗରିକ ମାନଙ୍କର ବହୁ ଜୀବନ ହାନି ହେଉଛି।

ସୀମା ପାର ଆତଙ୍କବାଦର ମୁଖ୍ୟ ଉତ୍ସ ହେଉଛି ଭାରତ-ପାକିସ୍ତାନ ବର୍ଡର, ଭାରତ-ଚାଇନା ବର୍ଡର, ଭାରତ-ବାଂଲାଦେଶ ବର୍ଡର, ଭାରତ-ନେପାଳ ବର୍ଡର, ଭାରତ-ମ୍ୟାଁମାର ବର୍ଡର, ଭାରତ-ଭୁଟାନ ବର୍ଡର ଓ ମାରିଟାଇମ ବର୍ଡର ବା ସାମୁଦ୍ରିକ ସୀମା।

ପାକିସ୍ତାନରୁ ଭାରତର ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ ଜାମ୍ମୁ-କଶ୍ମୀର ସୀମା ପାର କରି ଆତଙ୍କବାଦୀମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଛନ୍ତି। ପାକିସ୍ତାନ ଏହି ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ କରୁଛି। ପାକିସ୍ତାନ ସମର୍ଥିତ ଆତଙ୍କୀ ଚାଇନା ବର୍ଡରରୁ ଭାରତର ଜାମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ସୀମା ଅତିକ୍ରମ କରୁଛନ୍ତି।

ସେହିପରି ବାଂଲାଦେଶରୁ ଭାରତର ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ୍ ରାଜ୍ୟକୁ ବେଆଇନ ଶରଣାର୍ଥୀ ଭାବେ ପ୍ରବେଶ କରୁଛନ୍ତି। ଭାରତରେ ପ୍ରବେଶ କରି ଏମାନେ ପାକିସ୍ତାନରୁ ଭାରତକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହୁଛନ୍ତି। ଯାହା ଦ୍ୱାରା ଭାରତର ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆତଙ୍କବାଦୀଙ୍କୁ ଏକ ପ୍ରକାର ପ୍ରୋତ୍ସାହନ ମିଳୁଛି।

ଏହା ବ୍ୟତୀତ ନେପାଳ ଓ ଭାରତର ଖୋଲା ବର୍ଡର ମଧ୍ୟ ଏସବୁ କାର୍ଯ୍ୟକଳାପକୁ ବହୁ ମାତ୍ରାରେ ପ୍ରୋତ୍ସାହନ କରୁଛି। ଭାରତ-ବିରୋଧୀ ସଂଗଠନ ଗୁଡିକ ଏହି ବର୍ଡରକୁ ବ୍ୟବହାର କରି ନିରାପଦରେ ଅସ୍ତ୍ରଶସ୍ତ୍ର, ସୁନା, ଡ୍ରଗ୍ସ ଓ ନକଲି ନୋଟ୍ ଚାଲାଣ କରି ଆତଙ୍କବାଦ କାର୍ଯ୍ୟକଳାପକୁ ବଢାଉଛି।

ମ୍ୟାଁମାର ବର୍ଡରରୁ ରୋହିଙ୍ଗାମାନେ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଓ ମିଜୋରାମ୍ ସୀମା ଦେଇ ଭାରତରେ ଅବାଧ ପ୍ରବେଶ କରୁଛନ୍ତି। ମ୍ୟାଁମାରର ଆତଙ୍କୀ ସଂଗଠନ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ (ଏନ୍ଏସସିଏନ୍) ଏବଂ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ ଆସାମ (ୟୁଏଲ୍ଏଫ୍ଏ) କୁ ପରିଚାଳିତ କରୁଛି ମ୍ୟାଁମାର। ବିଶେଷ କରି ମ୍ୟାଁମାରରୁ ବିତାଡ଼ିତ ହୋଇଥିବା ଭାରତରେ ରୋହିଙ୍ଗା ଗୋଷ୍ଠୀଙ୍କ ପ୍ରବେଶ ଭାରତର ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି।

ଭୁଟାନରୁ ଭାରତର ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ସିକ୍କିମରେ ପ୍ରବେଶ କରୁଥିବା ଆତଙ୍କୀ ଏହି ଅଞ୍ଚଳର ଜଙ୍ଗଲ ଆତଙ୍କବାଦ କାର୍ଯ୍ୟକଳାପକୁ ବଢାଇବା ପାଇଁ ଭଲ ସୁହାଉଛି।

ପାକିସ୍ତାନ ତା’ର ପ୍ରଶିକ୍ଷିତ ଆତଙ୍କବାଦୀ, ପୂର୍ବତନ ଏସଏସଜି (ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍) ସଦସ୍ୟ ଏବଂ ସେନାମାନଙ୍କୁ ଭଡାରେ ନେଇ ପ୍ରତି ଗ୍ରୁପ୍ ପାଇଁ ଅତିକମରେ ୧ ଲକ୍ଷ ଟଙ୍କା ଦେଇ ଭାରତକୁ ପଠାଉଛି। ପାକିସ୍ତାନ ଏହି ଆତଙ୍କବାଦୀମାନଙ୍କୁ ଏମ୪ ରାଇଫଲ ଓ ଚାଇନାର ଅସ୍ତ୍ରଶସ୍ତ୍ର ଭଳି ଦାମୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରୁଛି। ଅନୁପ୍ରବେଶ ସମୟରେ ସେମାନଙ୍କୁ ସାହାଯ୍ୟ କରୁଥିବା ଗାଇଡମାନେ ମଧ୍ୟ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାଉଛନ୍ତି। ଏହାବ୍ୟତୀତ ଆତଙ୍କବାଦୀମାନେ ଇକମ ରେଡିଓ ସେଟ୍ ଜରିଆରେ ସାମସଙ୍ଗ ଫୋନ୍ ଓ ୱାଇ ଏସ୍ଏମ୍ଏସ୍ ବ୍ୟବହାର କରୁଥିବା ସୂଚନା ମିଳିଛି।

ଏହି ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ସହାୟତାରେ ପାକିସ୍ତାନରେ ପ୍ରଶିକ୍ଷଣ ଦିଆଯାଉଛି। ଏହାବ୍ୟତୀତ ଆତଙ୍କବାଦୀଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ମିଳୁଛି। ପାକିସ୍ତାନ ତା’ର ଆତଙ୍କବାଦୀ ଶିବିରକୁ ପୁଣି ଥରେ ସକ୍ରିୟ କରିଛି ବୋଲି ମଧ୍ୟ ସଙ୍କେତ ମିଳୁଛି।

ଭାରତରେ ସୀମା ପାର ଆତଙ୍କବାଦର ମୁଖ୍ୟ କାରଣ ହେଉଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ଯେପରିକି ଲସ୍କର-ଏ- ତୋଇବା ଏବଂ ଜୈସ-ଏ-ମହମ୍ମଦ, ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ପାକିସ୍ତାନର ଅସହଯୋଗ, ଭାରତର ମଧ୍ୟ କେତେକ ପ୍ରଲୋଭିତ ଅଧିକାରୀ ଯେଉଁମାନେ ଟଙ୍କା ଲୋଭରେ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି।

ଏଥିପାଇଁ ଭାରତ ସରକାରଙ୍କୁ ଆହୁରି କଡା ମୁକାବିଲା କରିବାକୁ ହେଲେ, ଭାରତକୁ ସାଇବର ଡିଫେନ୍ସ କ୍ଷେତ୍ରରେ ଟେକ୍ନୋଲୋଜି ବୃଦ୍ଧି କରିବାକୁ ପଡ଼ିବ। ଟେରୋରିଷ୍ଟ ମାନଙ୍କୁ ମୁକାବିଲା କରିବା ପାଇଁ ଭାରତରେ ସର୍ଜିକାଲ ଷ୍ଟ୍ରାଇକ ଭଳି କାଇନେଟିକ୍ ଷ୍ଟ୍ରାଇକ ଉପରେ ଆହୁରି ଜୋର ଦେବାକୁ ପଡିବ।