ଭାଙ୍ଗିଲା ରାଜ୍ୟ ଯୋଜନା ବୋର୍ଡ଼

ଯୋଜନା ବୋର୍ଡ ଭଙ୍ଗ କଲେ ରାଜ୍ୟ ସରକାର

ଭୁବନେଶ୍ଵର, ୧୭/୦୭: ରାଜ୍ୟ ଯୋଜନା ବୋର୍ଡକୁ ରାଜ୍ୟ ସରକାର ଭଙ୍ଗ କରିଛନ୍ତି। ଏହି ଯୋଜନା ବୋର୍ଡକୁ ଭାଙ୍ଗିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏ ନେଇ ସିଏମ୍ଓ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି କ୍ଷମତାକୁ ଆସିବା ପରେ ଏହା ଯୋଜନା ବୋର୍ଡକୁ ଭଙ୍ଗ କରି ନୂଆ ଯୋଜନା ବୋର୍ଡ଼ ଗଠନ କରିବାର ସମ୍ଭାବନା ରହିଛି।