ଚର୍ଚ୍ଚାରେ ସୋସିଆଲ ମିଡ଼ିଆରେ ତିନ୍-ତଲାକ

ଇନଷ୍ଟାଗ୍ରାମରେ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ

ଦୁବାଇ, ୧୮/୦୭: ଚର୍ଚ୍ଚାରେ ଅଛି ସୋସିଆଲ ମିଡ଼ିଆରେ ତିନ-ତଲାକ। ସାଧାରଣତଃ ଇସଲାମ ଧର୍ମରେ ଛାଡପତ୍ର ମାମଲାରେ ତିନ୍-ତଲାକ ଏକ ସାଧାରଣ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ତିନି ଥର ତଲାକ କହି ଛାଡ଼ପତ୍ର ଦେବା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଦୁବାଇ ରାଜକୁମାରୀ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରସିଦ ଅଲ ମଖତୁଙ୍କ ଝିଅ ଶେଖା ମାହରା ସର୍ବସାଧାରଣରେ ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ସ୍ୱାମୀ ମନା ବିନ୍ ମୋହମ୍ମଦ ବିନ୍ ରସିଦଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ପ୍ରିୟ ସ୍ୱାମୀ, ତୁମେ ଅନ୍ୟ ସାଥୀଙ୍କ ସହ ବ୍ୟସ୍ତରେ ରହୁଛ। ତେଣୁ ଡିଭୋର୍ସ ଦେବାକୁ ଘୋଷଣା କରୁଛି। ମୁଁ ଡିଭୋର୍ସ ଦେଉଛି! ମୁଁ ଡିଭୋର୍ସ ଦେଉଛି! ମୁଁ ଡିଭୋର୍ସ ଦେଉଛି! ନିଜର ଯତ୍ନ ନିଅ। ମୁଁ ତୁମର ପୂର୍ବତନ ପତ୍ନୀ।

ଉଭୟ ବହୁ ବର୍ଷ ଧରି ସମ୍ପର୍କରେ ରହିବା ପରେ ଗତ ବର୍ଷ ମେ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କର ଏକ ସନ୍ତାନ ମଧ୍ୟ ଅଛି। ଶେଖା ମାହାରା ଲଣ୍ଡନରୁ ଉଚ୍ଚ ଶିକ୍ଷା ଗ୍ରହଣ କରିଛନ୍ତି।