ଏସଟି ଓ ଏସସି ଉନ୍ନୟନ ବିଭାଗର ସଚିବ ଭାବେ ନିଯୁକ୍ତ ହେଲେ ରୂପା ରୋଶନ ସାହୁ
ରୂପା ରୋଶନ ସାହୁଙ୍କୁ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଭାବେ ଦାୟିତ୍ୱ ଦେଲେ ରାଜ୍ୟ ସରକାର।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର, ୧୮/୦୭: ରାଜ୍ୟ ଏସଟି ଏସଟି ଓ ଏସସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର/ସଚିବ ଭାବେ ନିଯୁକ୍ତି ପାଇଲେ ଆଇଏଏସ୍ ରୂପା ରୋଶନ ସାହୁ। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୦୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସାହୁ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଏବଂ ଏସଟି ଓ ଏସସି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିସନର/ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ କାର୍ଯ୍ୟ କରୁଥିଲେ।