ରାସ୍ତାରେ କାମ କରୁଥିଲେ ଶ୍ରମିକ; ମାଡିଗଲା ହାଇୱା

ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ

ସୁନ୍ଦରଗଡ଼, ୧୮/୦୭: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ନିକଟସ୍ଥ ଏନ୍ଏଚ୍-୫୨୦ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା କାମ ଚାଲୁଥିବା ବେଳେ ରାସ୍ତାରେ କାମ କରୁଥିଲେ ଶ୍ରମିକ। ଏହି ସମୟରେ ହଠାତ୍ ଏକ ହାଇୱା ଆସି ଶ୍ରମିକଙ୍କ ଉପରେ ମାଡି ଯାଇଥିଲା। ଯାହା ଫଳରେ ଟ୍ରକ ଚାପାରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଛି।