ମୃତ୍ୟୁ ଏମିତି ବି ଆସେ!

ଗାଧୋଇ ଘରକୁ ଫେରୁଥିବା ବେଳେ ବାଟରେ ପଡି ଯୁବକଙ୍କ ଜୀବନ ଗଲା।

ଘରଠୁ ମାତ୍ର ୫୦ ମିଟର ଦୂରତାରେ ହେଲା ମୃତ୍ୟୁ

କଣ୍ଟାବାଞ୍ଜି, ୧୯/୦୭ (ଦର୍ଶନ ନ୍ୟୁଜ): ଜୀବନଟା ପାଣି ଫୋଟକା ପରି । କେତେବେଳେ ଯେ କାହାର ପାଳି ପଡିବ କିଏ କିଛି କହି ପାରିବେ ନାହି । ରାତିରେ ପରିବାର ଲୋକଙ୍କ ସହ ହସଖୁସି କରି ଶୋଇଥିଲେ । ସକାଳେ ଗାଁର ସାଙ୍ଗ ସାଥି ମାନଙ୍କ ସହ ଖୁସିରେ ଗପସପ କରି ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରୁ ଗାଁରେ ଥିବା ପୋଖରୀରେ ଗାଧୋଇ ଘରକୁ ଫେରୁଥିଲା ବେଳେ ବାଟରେ ଯମରାଜ ଜଗିଥିଲା । ଘରକୁ ପହଞ୍ଚିବାକୁ ଆଉ ମାତ୍ର ୫୦ ମିଟର ବାକି ଥିବା ବେଳେ ରାସ୍ତାରେ ପଡି ଯୁବକଙ୍କ ଜୀବନ ଗଲା । ଏଭଳି ଦୁଃଖ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗାଁରେ । ମୃତକ ଯୁବକ ହେଲେ ଗୋବିନ୍ଦ କୁଅର । ଘଟଣା ଘଟିବା ପରେ ତାଙ୍କ ପରିବାର ଏବଂ ଗାଁ ଲୋକ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । କଣ୍ଟାବାଞ୍ଜି ପୋଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଧିକ ତଦନ୍ତ କରିଥିଲା ।