ବିନୟ ମୋହନ କ୍ୱାତ୍ରା ଆମେରିକାରେ ଭାରତର ରାଷ୍ଟ୍ରଦୂତ

ପୂର୍ବରୁ ଭାରତର ବୈଦେଶିକ ସଚିବ ଥିଲେ ବିନୟ କ୍ୱାତ୍ରା

ନୂଆଦିଲ୍ଲୀ, ୧୯/୦୭: ବିନୟ ମୋହନ କ୍ୱାତ୍ରାଙ୍କୁ ଆମେରିକାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି।

ବିନୟ ମୋହନ କ୍ୱାତ୍ରା ଜଣେ ଅବସରପ୍ରାପ୍ତ ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀ। ୨୦୨୨ ମେ’ ମାସରୁ ୨୦୨୪ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ କ୍ୱାତ୍ରା ଭାରତର ୩୪ତମ ବୈଦେଶିକ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ବିନୟ କ୍ୱାତ୍ରା ଫ୍ରାନ୍ସ ଓ ନେପାଳରେ ଭାରତର ରାଷ୍ଟ୍ରଦୂତ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।