ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଆଣିଛି ୨୦୨୪-୨୫ ବଜେଟ: ମନମୋହନ ସାମଲ

•ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି। •ସମାଜର ସବୁ ବର୍ଗକୁ ସଶକ୍ତ କରିବାରେ ନିଶ୍ଚିତ ଭାବେ ସହାୟକ ହେବ।

ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର

ଭୁବନେଶ୍ୱର, ୨୩/୦୭: ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ ଗତ ଫେବୃଆରୀ ୧ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଏକ ମଧ୍ୟବିତକାଳିନ ବଜେଟ-୨୦୨୪ ଉପସ୍ଥାପିତ କରିଥିଲେ, ଯାହାକି ଏକ ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ ଥିଲା । ନିର୍ବାଚନ ପରେ ତୃତୀୟ ଥର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀଥାରମଣ ଆଜି ଆର୍ଥୀକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍ ନିଶ୍ଚିତ ଭାବେ ସହାୟକ ହେବ । ଆଜି ଆଗତ ହୋଇଥିବା ବଜେଟ୍ ସମାଜର ସବୁ ବର୍ଗକୁ ସଶକ୍ତ କରିବାରେ ସହାୟକ ହେବ । ଏଥି ସହ ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଏହି ବଜେଟରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ବିଶେଷ ଭାବେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ସହାୟତା ଦିଆଯିବାର ଚଳିତ ବଜେଟରେ ଘୋଷଣା କରାଯାଇଛି । ସେହିପରି କୃଷି, ଶକ୍ତି, ଟେକ୍ନୋଲୋଜି, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ବିକଶିତ ଭାରତ ଗଠନରେ ଓଡିଶାର ଭୁମିକା ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।