ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୦୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୯୫୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ସୁନ୍ଦରଗଡ଼ରୁ ୧୩୭ ଜଣ, ଖୋର୍ଦ୍ଧାରୁ ୭୮ ଜଣ, ସମ୍ବଲପୁରରୁ ୩୯ ଜଣ,କଟକରୁ ୩୧ ଜଣ, କଳାହାଣ୍ଡିରୁ ୨୧ ଜଣ, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାରୁ ୧୫ ଜଣ ଲେଖାଁଏ, ନୟାଗଡ଼ରୁ ୧୪ ଜଣ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୧୧ ଜଣ ଲେଖାଁଏ, ଯାଜପୁର ଓ ରାୟଗଡ଼ା ଜିଲ୍ଳାରୁ ୯ ଜଣ ଲେଖାଁଏ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଜପତିରୁ ୬ ଜଣ, କୋରାପୁଟରୁ ୫ ଜଣ,ବାଲେଶ୍ବର, ଦେବଗଡ଼, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ ଜଣ ଲେଖାଁଏ, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।