ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ

ଚୋରା ମଦ ବିକ୍ରି ବନ୍ଦ ହେବ

ଭୁବନେଶ୍ବର, ୮/୮: ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହଁ। ନୂଆ ମଦ ଦୋକାନ ଖୋଲିବା ପାଇଁ ଓଡ଼ିଶା ସରକାର ଲାଇସେନ୍ସ ଦେବେ ନାହିଁ। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ରାଜ୍ୟ ସରକାର ପ୍ରଚଳିତ ଅବକାରୀ ନୀତିରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ମଦ ନୀତି ଥିଲା, ତାକୁ ଆହୁରି ସାବଲୀଳ କରାଯିବ। ଆସନ୍ତା ବର୍ଷ ନୂଆ ମଦ ନୀତି ଆସିବ। ମଦ ଚୋରା ଚାଲାଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ସେଥିରେ ଚୋରା ମଦ ବିକ୍ରି ବନ୍ଦ ପାଇଁ ବ୍ୟବସ୍ଥା ହେବ।