ଖୋଲିଲା ରାଜ୍ୟର ପ୍ରଥମ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମ

ଏଟିଏମରୁ ବାହାରିବ ଚାଉଳ

ଭୁବନେଶ୍ବର, ୮/୮: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍। ଓଡ଼ିଶା ରାଜ୍ୟ ଯୋଗାଣ ଲିମିଟେଡ ଦ୍ଵାରା ପରିଚାଳିତ ଅନ୍ନପୂର୍ତ୍ତି ଶସ୍ୟ ଏଟିଏମର ଉଦଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଏହି ଏଟିଏମ ଖୋଲାଯାଇଛି।

ଏହି ଏଟିଏମରୁ ଚାଉଳ ଉଠାଇବା ପାଇଁ ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କୁ ଏକ କାର୍ଡ ପ୍ରଦାନ କରାଯିବ। ଯାହାକୁ ବ୍ୟବହାର କରି ଦେଶର ଯେକୌଣସି ସ୍ଥାନରେ ଏଭଳି ଏଟିଏମରୁ ଚାଉଳ ନେଇପାରିବେ ହିତାଧିକାରୀ। ଧୀରେ ଧୀରେ ସମସ୍ତ ଜିଲ୍ଲା ସଦର ମହକୁମାରେ ଏଭଳି ଚାଉଳ ଏଟିଏମ୍ ଖୋଲାଯିବ। ୱାନ ନେସନ ୱାନ ରାସନ ପଦ୍ଧତିରେ ଅନ୍ୟ ରାଜ୍ୟ ଏବଂ ଜିଲ୍ଲାର ଲୋକମାନେ ଏଠାରୁ ଚାଉଳ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।