ସ୍ୱାଧୀନତା ଦିବସରେ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର, ୧୧/୮: ଅଗଷ୍ଟ ୧୫ରେ ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ସମାରୋହ ପାଇଁ ତାଲିକା ଜାରି କରିଛନ୍ତି ରାଜ୍ୟ ସରକାର।

ତାଲିକା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯଥାକ୍ରମେ ନୂଆପଡ଼ା ଓ କଟକରେ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ପତାକା ଉତ୍ତୋଳନ ପାଇଁ ନିର୍ଦ୍ଧାରିତ ସମୟରେ ଯଦି ମନ୍ତ୍ରୀ କିମ୍ବା ଅତିଥି ଯୋଗ ଦେଇ ପାରିବେନି ତାହାଲେ, ଉକ୍ତ ଜିଲ୍ଲାର ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ତାଲିକା ନିମ୍ନରେ ଦିଆଯାଇଛି।