ନଭେମ୍ବର ୧୫ରୁ ଆରମ୍ଭ ହେବ ବାଲିଯାତ୍ରା

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ

କଟକ, ୦୪/୦୯: କଟକ ଐତିହାସିକ ବାଲିଯାତ୍ରା ପାଇଁ ଘୋଷଣା ହେଲା ତାରିଖ। ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ୨୦୨୪ ବାଲିଯାତ୍ରା। ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲିଯାତ୍ରା ପ୍ରସ୍ତୁତି ନେଇ ବୈଠକ ବସିବା ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଏହି ବୈଠକରେ ସମନ୍ବୟ ରକ୍ଷା କରି ବାଲିଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ସହ ଆଲୋଚନା ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।