ମୋଦୀଙ୍କ ହାତରେ ରାଖୀ ବାନ୍ଧିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳିଆ କର୍ମଚାରୀମାନଙ୍କ ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତଳିଆ କର୍ମଚାରୀମାନଙ୍କ ଝିଅମାନଙ୍କଠାରୁ ରାଖୀ ବନ୍ଧାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଝାଡୁଦାର, ପିଅନ, ମାଳୀ, ଡ୍ରାଇଭର୍‌ମାନଙ୍କ ଭଳି କର୍ମଚାରୀମାନଙ୍କ ଝିଅମାନେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି।

ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଝାଡୁଦାର, ପିଅନ, ମାଳୀ, ଡ୍ରାଇଭର୍‌ ଆଦିଙ୍କ ଝିଅ ହୋଇଥିବାରୁ ଏହା ଥିଲା ଗୋଟାଏ ବିଶେଷ ରକ୍ଷା ବନ୍ଧନ ସମାରୋହ। ସେମାନେ ଉକ୍ତ ରକ୍ଷା ବନ୍ଧନ ପାଳନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ସେମାନଙ୍କର ଆଳାପ ଥିବା ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।