ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସିଆଚେନ୍ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ନୂଆଦିଲ୍ଲୀ, ୨୬/୦୯: ଗୁରୁବାର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନରେ ନିୟୋଜିତ ସୈନିକମାନଙ୍କୁ କହିଛନ୍ତି ଯେ ପ୍ରବଳ ତୁଷାରପାତ ଓ ବିଯୁକ୍ତ ୫୦ ଡିଗ୍ରୀ ତାପମାତ୍ରା ଭଳି କଠିନ ପରିସ୍ଥିତିରେ ଦେଶର ସୁରକ୍ଷାରେ ନିୟୋଜିତ ଅଛନ୍ତି। ସେମାନେ ବଳିଦାନ ଓ ସହନଶୀଳତାର ଅସାଧାରଣ ଉଦାହରଣ ସୃଷ୍ଟି କରିଛନ୍ତି। ଦେଶର ସମସ୍ତ ନାଗରିକ ସେମାନଙ୍କ ସାହସିକତାକୁ ସଲାମ କରୁଛନ୍ତି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ରାଷ୍ଟ୍ରପତି ମୁର୍ମୁ ଭାରତୀୟ ସାମରିକ ପୋଷାକ ପିନ୍ଧି ସିଆଚେନ୍ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୮୪ ମସିହା ଏପ୍ରିଲ ୧୩ ତାରିଖରେ ଭାରତୀୟ ସେନା ସିଆଚେନ୍ ଗ୍ଲେସିୟରରେ ଅପରେସନ୍ ମେଘଦୂତ ଆରମ୍ଭ କରିବା ପରଠାରୁ ସହିଦ ହୋଇଥିବା ଯବାନ ଓ ଅଧିକାରୀଙ୍କ ବଳିଦାନର ପ୍ରତୀକ ହେଉଛି ଏହି ସ୍ମାରକୀ। ଅପରେସନ ମେଘଦୂତ ଆରମ୍ଭ ହେବା ପରଠାରୁ ଭାରତୀୟ ସଶସ୍ତ୍ର ବାହିନୀର ବୀର ଯବାନ ଓ ଅଧିକାରୀମାନେ ଏହି ଅଞ୍ଚଳର ସୁରକ୍ଷା ସୁନିଶ୍ଚିତ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି