ବଦଳିଲେ ଟ୍ୱିନ ସିଟି କମିଶନର

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର।

ପିନାକ ମିଶ୍ର ଭୁବନେଶ୍ବରର ନୂଆ ଡିସିପି

ଭୁବନେଶ୍ୱର, ୨୯/୦୯: ଏସପି ପାହ୍ୟାରେ ଅନେକ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରି ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଆଇପିଏସ୍ ମିଶ୍ରଙ୍କୁ ବର୍ତ୍ତମାନ ପୁରୀ ଏସପିରୁ ବଦଳି କରାଯାଇ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ ଢେଙ୍କାନାଳ ଏସପି ଥିବା ଆଇପିଏସ ମାଡକର ସନ୍ଦୀପ ସମ୍ପତଙ୍କୁ ଭଦ୍ରକ ଏସପି ଭାବେ ବଦଳି କରାଯାଇଛି।

ଦେବଗଡ଼ ଏସପି ଥିବା ଆଇପିଏସ୍ ଅନୁପମା ଜେମ୍ସଙ୍କୁ ଓଡ଼ିଶା ଭିଜିଲାନ୍ସର ଏସପି ଭାବେ ବଦଳି କରାଯାଇଛି।

ଜଗତସିଂହପୁର ଏସପି ରାହୁଲ ପିଆରଙ୍କୁ ବଦଳି କରି ଭିଜିଲାନ୍ସର ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଜଗମୋହନ ମୀନାଙ୍କୁ ବର୍ତ୍ତମାନ ଗଞ୍ଜାମ ଏସପିରୁ ବଦଳି କରାଯାଇ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ ଲୋଗାନୟାଗୀ ଦିବ୍ୟା ଭିଙ୍କୁ କଟକ ଏସପିରୁ ବଦଳି କରାଯାଇ ଭିଜିଲାନ୍ସ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପିରୁ ବଦଳି କରାଯାଇ କଟକ (ଗ୍ରାମୀଣ)ର ଏସପି ଭାବେ ନିଯୁକ୍ତ କରାଯାଇଛି।

ଆଇପିଏସ୍ ରାହୁଲ ଜୈନଙ୍କୁ ବର୍ତ୍ତମାନ ନୟାଗଡ଼ ଏସପିରୁ ବଦଳି କରାଯାଇ ଅନୁଗୁଳ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ ଭିଜିଲାନ୍ସ ଅର୍ଗାନାଇଜେସନର ଏସପି ଆଇପିଏସ ଡକ୍ଟର ସରବଣ ବିବେକ ଏମଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି ।

ଆଇପିଏସ୍ ବିନୀତ ଅଗ୍ରଓ୍ଵାଲଙ୍କୁ ଯାଜପୁର ଏସପିରୁ ବଦଳି କରାଯାଇ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଭଦ୍ରକ ଏସପି ଥିବା ଆଇପିଏସ୍ ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସପି ଭାବେ ବଦଳି କରାଯାଇଛି।

ବାଲେଶ୍ୱର ଏସପି ଥିବା ଆଇପିଏସ୍ ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଛି।

ଗଜପତି ଏସପି ସ୍ୱାତୀ ଏସ କୁମାରଙ୍କୁ ରାୟଗଡ଼ା ଏସପି ଭାବେ ବଦଳି କରାଯାଇଛି।

ବର୍ତ୍ତମାନ ମୟୂରଭଞ୍ଜ ଏସପି ଥିବା ସୁଶ୍ରୀଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି।

ବର୍ତ୍ତମାନ ମାଲକାନଗିରି ଏସପି ଥିବା ନିତେଶ ୱାଧୱାନୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି।

ବର୍ତମାନ ବୌଦ୍ଧ ଏସପି ଥିବା ଆଇପିଏସ୍ ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସପି ଭାବେ ବଦଳି କରାଯାଇଛି ।

ଆଇପିଏସ ନାଗରାଜ ଦେବରକୋଣ୍ଡାଙ୍କୁ ପୁଲିସ ଏଆଇଜିରୁ ବଦଳି କରାଯାଇ ବୌଦ୍ଧ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ କନ୍ଧମାଳ ଏସପି ଥିବା ଆଇପିଏସ୍ ଶୁଭେନ୍ଦୁ କୁମାର ପାତ୍ରଙ୍କୁ ବଦଳି କରାଯାଇ ଗଞ୍ଜାମ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ କୋରାପୁଟ ଏସପି ଥିବା ଆଇପିଏସ୍ ଅଭିନବ ସୋନକରଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି।

ଆଇପିଏସ୍ ରୋହିତ ବର୍ମାଙ୍କୁ ବର୍ତ୍ତମାନ ନବରଙ୍ଗପୁର ଏସପିରୁ ବଦଳି କରାଯାଇ କୋରାପୁଟ ଏସପି ଭାବେ ଅବସ୍ଥାପିତ କରାଯାଇଛି ।

ବର୍ତ୍ତମାନ ସୋନପୁର ଏସପି ଥିବା ଆଇପିଏସ ଯଶପ୍ରତାପ ଶ୍ରୀମାଲଙ୍କୁ ଯାଜପୁର ଏସପି ଭାବେ ବଦଳି କରାଯାଇଛି।

ଆଇପିଏସ୍ ହରିଶ ବିସିଙ୍କୁ ରାୟଗଡ଼ା ଏସପିରୁ ବଦଳି କରାଯାଇ କନ୍ଧମାଳ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ କଟକ-ଭୁବନେଶ୍ୱର ଅତିରିକ୍ତ ପୁଲିସ କମିସନରେଟ୍ ଥିବା ଡିସିପି ଅନୀଲ କୁମାର ମିଶ୍ରଙ୍କୁ ବଦଳି କରି ଦେବଗଡ଼ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଓପିଏସ୍ ରାମ ପ୍ରସାଦ ସାହୁଙ୍କୁ ବଦଳି କରାଯାଇ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି।

ଢେଙ୍କାନାଳ ଆଇୟୁସିଏଡବ୍ଲୁର ଅତିରିକ୍ତ ଏସପି ଥିବା ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି।

କଟକ ଏସଆରପି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟ ପୁଲିସ ହେଡକ୍ୱାର୍ଟର୍ସର ଏସପି ଓପିଏସ୍ ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ବରିଷ୍ଠ ପ୍ରଶାସକ ତଥା ଓପିଏସ୍ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି।

ବର୍ତ୍ତମାନ କଟକର ମୁଦ୍ରଣ, ଷ୍ଟେସନାରୀ ଏବଂ ପ୍ରକାଶନ ନିର୍ଦ୍ଦେଶକ ଥିବା ଆଇପିଏସ ଏକେ ରାୟଙ୍କୁ ବଦଳି କରାଯାଇ ଜେଲ୍ ଓ ସଂଶୋଧନ ସେବାଡିଜି ଭାବେ ଅବସ୍ଥାପିତ କରାଯାଇଛି।

ଭୁବନେଶ୍ୱରର ଓଏସଡି ଗୃହ ବିଭାଗରୁ ବଦଳି କରାଯାଇ ଆଇପିଏସ୍ ଏସ୍ ଏମ୍ ନରଭାଣେଙ୍କୁ କଟକର ପ୍ରିଣ୍ଟିଂ, ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ଭୁବନେଶ୍ୱରସ୍ଥିତ ଏସସିଆରବି ନିର୍ଦ୍ଦେଶକରୁ ବଦଳି କରାଯାଇ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ସିଆଇଡି-ସିବିର ଏଡିଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଆର୍ ପି କୋଚେଙ୍କୁ ବର୍ତ୍ତମାନ ଭୁବନେଶ୍ୱରର ଅତିରିକ୍ତ ପୁଲିସ ଡିଜିରୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ବର୍ତ୍ତମାନ ଭୁବନେଶ୍ୱର-କଟକ, ଭୁବନେଶ୍ୱର ପୁଲିସ କମିଶନରରୁ ବଦଳି କରାଯାଇ ବିପିଏସପିଏର ପ୍ରଶିକ୍ଷଣ ଓ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ ରାଧା କିଶନ ଶର୍ମାଙ୍କୁ ବର୍ତ୍ତମାନ କଟକର ଅତିରିକ୍ତ ପୁଲିସ ଡିଜି ହେଡକ୍ୱାର୍ଟର୍ସରୁ ବଦଳି କରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଗୁଇନ୍ଦା ନିର୍ଦ୍ଦେଶକରୁ ବଦଳି କରାଯାଇ ଆଧୁନିକୀକରଣର ଏଡିଜିପି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ ଡକ୍ଟର ସନ୍ତୋଷ ବାଲା, ବର୍ତ୍ତମାନ ସିଏମଡି ଓଏଚଡବ୍ଲୁସିର ଅତିରିକ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ ଡିଜି ପାହ୍ୟାରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବରୁ ବଦଳି ହୋଇ ଏସସିଆରବି ଏବଂ ଏସଏଫଏସଏଲ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି।

ଆଇପିଏସ୍ ଅରୁଣ ବୋଥ୍ରା, ବର୍ତ୍ତମାନ ସିଆରୟୁଟିର ଅତିରିକ୍ତ ପୁଲିସ ସିଆଇଡି ସିବି, ଅତିରିକ୍ତ ଡିଜିରୁ ବଦଳି ହୋଇ ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜିପି ଭାବେ ଅବସ୍ଥାପିତ ହୋଇଛନ୍ତି।

ଆଇପିଏସ୍ ସୁରେଶ ଦେବ ଦତ୍ତ ସିଂହ ଭୁବନେଶ୍ୱରର ଅତିରିକ୍ତ ପୁଲିସ ଡିଜି (ଅପରେସନ୍)ରୁ ବଦଳି ହୋଇ ଭୁବନେଶ୍ୱର-କଟକ ପୁଲିସ କମିସନର ଭାବେ ଅବସ୍ଥାପିତ ହୋଇଛନ୍ତି।

ଦୟାଲ ଗଙ୍ଗୱାର, ଆଇପିଏସ ବର୍ତ୍ତମାନ ଆଧୁନିକୀକରଣ, ପୋଲିସ ଅତିରିକ୍ତ ଡିଜି, କଟକରୁ ବଦଳି କରାଯାଇ ଏଡିଜିପି ହେଡକ୍ୱାର୍ଟର୍ସରେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ରାଜେଶ କୁମାର, ବର୍ତ୍ତମାନ ଏସଏଫଏସଏଲ୍ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ପୁଲିସ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜିଙ୍କୁ ଏସ୍ଏପିର ଏଡିଜିପି ଭାବେ ବଦଳି କରାଯାଇଛି।

ଆଇପିଏସ ଏସ୍ ଶୈନିଙ୍କୁ ଆଇଜିପି ସିଏଡବ୍ଲୁ ଏବଂ ସିଡବ୍ଲ୍ୟୁର ଅତିରିକ୍ତ ଦାୟିତ୍ୱରେ ଥିବା ଭୁବନେଶ୍ୱର ପୋଲିସ ବିପିଏସପିଏ ଆଇଜିଙ୍କୁ ବଦଳି କରାଯାଇ ଆଇଜିପି, ସିଏଡବ୍ଲୁ ଏବଂ ସିଡବ୍ଲ୍ୟୁ ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ ସଞ୍ଜୟ କୁମାର କୌଶଲଙ୍କୁ ବର୍ତ୍ତମାନ କଟକ ପୁଲିସ ସିଆର ଆଇଜିରୁ ବଦଳି କରାଯାଇ ଭିଜିଲାନ୍ସର ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଡକ୍ଟର ଦୀପକ କୁମାରଙ୍କୁ ବାଲେଶ୍ୱର ପୁଲିସ ଆଇଜିରୁ ବଦଳି କରାଯାଇ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତମାନ ବ୍ରହ୍ମପୁର ଏସଆର ଆଇଜି ତଥା ପୋଲିସ ଇଓଡବ୍ଲୁ ଏସଟିଏଫର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଆଇପିଏସ୍ ଜୟ ନାରାୟଣ ପଙ୍କଜଙ୍କୁ ବଦଳି କରି ଅପରେସନ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଅନୁପ କୁମାର ସାହୁଙ୍କୁ ପୁଲିସ ଇଣ୍ଟେଲିଜେନ୍ସ, ଭୁବନେଶ୍ବରର ଆଇଜିରୁ ବଦଳି କରାଯାଇ ବିପିଏସପିଏର ପ୍ରଶିକ୍ଷଣ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଅବିନାଶ କୁମାର, ବର୍ତ୍ତମାନ ଡିଆଇଜିପି ପାହ୍ୟାରେ ଥିବା ଖୋର୍ଦ୍ଧା ଏସପିଙ୍କୁ ବଦଳି କରାଯାଇ ଏସ୍ଏପିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଡିଆଇଜି ପାହ୍ୟାରେ ଥିବା ଆଇପିଏସ୍ ଡାକ୍ତର ସାର୍ଥକ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇ ବ୍ରହ୍ମପୁର ଏସଆରଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ନୀତି ଶେଖରଙ୍କୁ ବର୍ତ୍ତମାନ ରାଉରକେଲାର ପୁଲିସ ଡିଆଇଜିରୁ ବଦଳି କରାଯାଇ ଏସଡବ୍ଲୁଆର, କୋରାପୁଟ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଡିଆଇଜିପି ପାହ୍ୟାରେ ଥିବା ଆଇପିଏସ୍ ଡକ୍ଟର ଉମାଶଙ୍କର ଦାଶଙ୍କୁ ବଦଳି କରାଯାଇ ଭୁବନେଶ୍ବର-କଟକର ଅତିରିକ୍ତ ସିପି ଭାବେ ଅବସ୍ଥାପିତ କରାଯାଇଛି।

ବର୍ତ୍ତମାନ ଡିଆଇଜିପି ପାହ୍ୟାରେ ଥିବା କଟକ ଡିସିପି ଆଇପିଏସ୍ ପ୍ରକାଶ ଆରଙ୍କୁ ବଦଳି କରାଯାଇ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଆଇପିଏସ୍ ଡକ୍ଟର ସତ୍ୟଜିତ ନାୟକ, କଟକସ୍ଥିତ ପୁଲିସ ଏଚଆରପିସିର ଡିଆଇଜିଙ୍କୁ ବଦଳି କରାଯାଇ ବାଲେଶ୍ୱର ଇଆରଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ କରିଥିବା ଆଇପିଏସ୍ ଅଖିଳେଶ୍ୱର ସିଂହଙ୍କୁ ଅପରେସନ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଡିଆଇଜିପି ପାହ୍ୟାରେ ଥିବା ଆଇପିଏସ୍ ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲାର ଡିଆଇଜି ଭାବେ ବଦଳି କରାଯାଇଛି।

ବର୍ତ୍ତମାନ କୋରାପୁଟ ଏସଡବ୍ଲ୍ୟୁଆର୍ ର ଡିଆଇଜି ଥିବା ଆଇପିଏସ୍ ଚରଣ ସିଂହ ମୀନାଙ୍କୁ ବଦଳି କରାଯାଇ କଟକ ସିଆର୍ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ କରିଥିବା ଆଇପିଏସ୍ ପାରୁଲ ଗୁପ୍ତାଙ୍କୁ କମ୍ପ୍ୟୁଟର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।