ଟ୍ୱିନ ସିଟି କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

‘ଅପରାଧିଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ପୋଲିସ’

ଭୁବନେଶ୍ୱର, ୩୦/୦୯: ଆଜି ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁରେଶ ଦେବଦତ୍ତ ସିଂହ। ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସୁରେଶ ଦେବଦତ୍ତ ସିଂହ ପୂର୍ବରୁ କଟକ ସିଆଇଡି-ସିବିର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିଥିଲେ।

ଗତ ରବିବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ନୂତନ ପଦବୀକୁ ବଦଳି କରାଯାଇଛି। ପୁଲିସ କମିଶନରଙ୍କ ମୁଖ୍ୟାଳୟରେ ଶ୍ରୀ ସିଂହଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେବଦତ୍ତ ସିଂହ କହିଛନ୍ତି ଯେ, ଲୋକଙ୍କ ପ୍ରତି ନରମ ଓ ଅପରାଧୀଙ୍କ ସହ ମୁକାବିଲା କରିବାରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୁଲିସ ସମ୍ବେଦନଶୀଳ ରହିବ।