ନବୀନଙ୍କ ନଜରରେ ଦଳୀୟ ଅନ୍ତର୍କନ୍ଦଳ

ବିଜେଡ଼ି ଜିଲ୍ଲା ସଂଗଠନ ସଭାପତି ସୁଶାନ୍ତ ରାଉତଙ୍କ ଦସ୍ତଖତରେ ବିଶୃଙ୍ଖଳା ଆଚରଣ ପାଇଁ କର୍ପୋରେଟରଙ୍କୁ ନୋଟିସ୍ ପଠାଯାଇଛି।

୪ ଜଣଙ୍କୁ ବିଜେଡିର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର, ୩୦/୦୯: ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ବିଜେଡ଼ି ସୁପ୍ରିମୋ ସୁପ୍ରିମୋ ନବୀନ ପଟ୍ଟନାୟକ ନେଲେ କଡା ଆକ୍ସନ। ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେଡ଼ି। ଦଳରେ ବିଶୃଙ୍ଖଳିତ ଆଚରଣ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଜେଡ଼ି ଜିଲ୍ଲା ସଂଗଠନ ସଭାପତି ସୁଶାନ୍ତ ରାଉତଙ୍କ ଦସ୍ତଖତରେ ନୋଟିସ୍ ପଠାଯାଇଛି।

ଭୁବନେଶ୍ୱର ମହାନଗର ନିଗମର ୨ ଜଣ କର୍ପୋରେଟରଙ୍କୁ ନୋଟିସ୍ ପଠାଯାଇଛି। ୱାର୍ଡ଼ ନମ୍ବର-୪୫ର କର୍ପୋରେଟର ଅମରେଶ ଜେନା ଓ ୱାର୍ଡ଼ ନମ୍ବର-୫୯ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଏହା ବ୍ୟତୀତ ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ପାତ୍ର ଓ ବିଜେଡ଼ି ରାଜ୍ୟ ସମ୍ପାଦକ ବିବେକ ସ୍ୱାଇଁଙ୍କୁ ସୋ’କଜ ନୋଟିସ୍ ପଠାଯାଇଛି। ୧୫ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ ପଠାଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି।