ଭିଜିଲାନ୍ସ ଜାଲରେ ଫୁଡ ଇନ୍ସପେକ୍ଟର

ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର, ୦୧/୧୦: ଭିଜିଲାନ୍ସ ଜାଲରେ ଫୁଡ ଇନ୍ସପେକ୍ଟର। ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କେନ୍ଦ୍ରାପଡ଼ାର ତିନି ମୁହାଣିଆ ଅଞ୍ଚଳରେ ଥିବା ଏକ ଖାଦ୍ୟ ଦୋକାନରେ ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେଉଥିଲେ ଫୁଡ୍ ଇନ୍ସପେକ୍ଟର। ଦୋକାନୀ ସଞ୍ଜୟ ପ୍ରଧାନଙ୍କୁ ୪୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସବୁ ଟଙ୍କା କିସ୍ତିରେ ଦେବା ପାଇଁ କଥା ହୋଇଥିଲେ। ଆଜି ୧୫ ହଜାର ଟଙ୍କା ଦେବା ବେଳେ ମାଡି ବସିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ମଜୁମଦାରଙ୍କ ବାସଭବନ ସହ ପୈତୃକ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।