ମାଓ ଭୟ: ଅଧାରୁ ବନ୍ଦ ହେଲା ସୁଟିଂ

ବଲାଙ୍ଗୀରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯିବାକୁ ପ୍ରଶାସନର ବାରଣ

ବଲାଙ୍ଗୀର, ୦୧/୧୦: ବଲାଙ୍ଗୀର ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ଉପରେ କଟକଣା ଜାରି କରାଯାଇଛି। ବଲାଙ୍ଗୀରର ଖପ୍ରାଖୋଲ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ମାଓବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଛି। ତେଣୁ ଖପ୍ରାଖୋଲ ଅନ୍ତର୍ଗତ ଖୁରିପାଣି ଓ ସାପମୁଣ୍ଡ ଗାଁକୁ ଯିବାକୁ ବାରଣ କରାଯାଇଛି।

ଖପ୍ରାଖୋଲ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବଲାଙ୍ଗୀର ପୁଲିସ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ବଲାଙ୍ଗୀର ଏସପି ଏହି ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ଥିବା ରାଜ୍ୟ ପୁଲିସ ବିଭାଗ ସୂଚନା ଦେଇଛି।

ବଲାଙ୍ଗୀରର ହରିଶଙ୍କରଠାରେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ ଚାଲୁଥିଲା। ଏକ କୋର୍ ଏରିଆରେ ସୁଟିଂ ଚାଲୁଥିବା ବେଳେ ପ୍ରଶାସନ ଆଲର୍ଟ ପରେ ସୁଟିଂକୁ ଅଧାରୁ ବନ୍ଦ କରାଯାଇଛି।