ଗୁଳି ବାଜି ଗୋବିନ୍ଦା ଆହତ

ଜୁହୁର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଗୋବିନ୍ଦା।

୧ ଘଣ୍ଟାର ଅପରେସନ ପରେ ଗୋଡରୁ ବାହାରିଲା ଗୁଳି

ମୁମ୍ବାଇ, ୦୧/୧୦: ବିଶିଷ୍ଟ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜି ଆହତ ହୋଇଛନ୍ତି। ଆଜି ସକାଳେ ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ତାଙ୍କ ଗୋଡ଼ରେ ବାଜି ଯାଇଥିଲା। ଆଣ୍ଠୁ ପାଖରେ କ୍ଷତ ହୋଇଥିବାରୁ ୬୦ ବର୍ଷୀୟ ଅଭିନେତାଙ୍କୁ ଜୁହୁ ସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ଗୁଳି ବାହାର କରାଯାଇଛି। ସାଧାରଣ ଅବସ୍ଥାକୁ ଫେରିବା ପର୍ଯ୍ୟନ୍ତ ଗୋବିନ୍ଦା କିଛି ଦିନ ଡାକ୍ତରଖାନାରେ ରହିପାରନ୍ତି। ୩ରୁ ୪ ଦିନ ମଧ୍ୟରେ ଗୋବିନ୍ଦାଙ୍କୁ ଡିସଚାର୍ଜ କରାଯିବ। କିନ୍ତୁ ପ୍ରାୟ ଏକ ମାସ ବିଶ୍ରାମ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି।

ହସ୍ପିଟାଲରୁ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଗୋବିନ୍ଦା ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ପ୍ରଶଂସକ, ପିତାମାତା ଏବଂ ତାଙ୍କ ଗୁରୁଙ୍କ ଆଶୀର୍ବାଦ ତାଙ୍କୁ ବଞ୍ଚାଇଛି ବୋଲି ସେ କହିଛନ୍ତି। “ମୋତେ ଏକ ଗୁଳି ଲାଗିଥିଲା, କିନ୍ତୁ ଏହା ବାହାର କରାଯାଇଛି। ମୁଁ ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋବିନ୍ଦାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପଟେ, ଗୋବିନ୍ଦା ଥାନାରେ ଅଭିଯୋଗ କରିନଥିବା ବେଳେ ପୁଲିସ ଉକ୍ତ ବନ୍ଧୁକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।