ବଜାରରୁ ଉଭାନ ହେବ ଜନସନ ବେବି ପାଉଡର୍, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ୨୦୨୩ରେ ସାରା ବିଶ୍ୱରେ ଏହାର ଟୈଲ୍କ-ଆଧାରିତ ବେବି ପାଉଡର ବିକ୍ରୟ ବନ୍ଦ କରିବ । ଗତକାଲି(ଗୁରୁବାର) ଏହି ଔଷଧ କମ୍ପାନୀ କହିଛି ଯେ, ଆମେରିକାରେ ଚାଲିଥିବା ହଜାର ହଜାର ଗ୍ରାହକ ସୁରକ୍ଷା ମାମଲା ଯୋଗୁଁ ଏହା ବନ୍ଦ ହେବାକୁ ଯାଉଛି । କମ୍ପାନୀ କହିଛି ଯେ ବେବି ପାଉଡର ବିଶ୍ୱର ବିଭିନ୍ନ ଦେଶରେ ବିକ୍ରି ହେଉଛି । କିନ୍ତୁ ବର୍ତ୍ତମାନ ଏହାକୁ ବିଶ୍ବିକ ସ୍ତରରେ ପୋର୍ଟଫୋଲିଓକୁ ହଟେଇ ଦିଆଯିବ ।

୨୦୨୦ରେ, କମ୍ପାନୀ ଆମେରିକା ଏବଂ କାନାଡାରେ ଏହାର ପାଉଡର ବିକ୍ରି ବନ୍ଦ କରିଥିଲା । ଏହି ପାଉଡରରେ ଆସବେଷ୍ଟ୍ରସ ନାମକ ଏକ ପ୍ରକାର କ୍ଷତିକାରକ ଫାଇବର ମିଳିଥିଲା, ଯାହା କର୍କଟ ରୋଗର କାରଣ ବୋଲି ବିଶ୍ୱାସ କରାଯାଉଥିଲା । ଏହି ମାମଲାରେ, ୩୫ ହଜାର ମହିଳା ଗର୍ଭାଶୟ କର୍କଟ ରୋଗ ପାଇଁ କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ ।

ଏହି କାରଣରୁ, ଆମେରିକାରେ ଏହାର ଚାହିଦା ଯଥେଷ୍ଟ ହ୍ରାସ ପାଇଥିଲା ।  ଏହା ଉପରେ, କମ୍ପାନୀ ବିକ୍ରୟ ହ୍ରାସ ବାହାନାରେ ୨୦୨୦ରେ ଆମେରିକା ଏବଂ କାନାଡାରେ ବେବି ପାଉଡର ବିକ୍ରୟ ବନ୍ଦ କରିଦେଇଥିଲା । ହେଲେ ଏବେବି ବ୍ରିଟେନ ସମେତ ବିଶ୍ବର ଅନ୍ୟ ଦେଶରେ ଏହାକୁ ବିକ୍ରି କରୁଛି ।