ଅନ୍ତିମ ସେବା ପକ୍ଷ ଦିବସରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଭଦ୍ରକର ୫୧ ସଫଳ ଚାଷୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୦୨/୧୦: ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ତାରିଖ ଠାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ବ୍ୟାପି ବିଜେପି ତରଫରୁ ସାରା ରାଜ୍ୟରେ ସେବା ପକ୍ଷ ପାଳନ ହେଉଛି। ଆଜି ଅନ୍ତିମ ଦିବସରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତୋଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଯୋଗଦାନ କରିଥିଲେ। ଏହି ଅବସରରେ ମତୋ ରାଜସ୍ବ ନିରୀକ୍ଷକ ସର୍କଲ ଅଫିସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଉପସ୍ଥିତ ଶତାଧିକ ଜନସାଧାରଣମାନଙ୍କୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଗଛ ଚାରା ବଣ୍ଟନ କରିଥିଲେ। ପରେ ମତୋ କଲ୍ଯାଣ ମଣ୍ଡପଠାରେ ଏକ ହଜାରରୁ ଉର୍ଦ୍ଧ୍ବ ଚାଷୀମାନଙ୍କୁ ନେଇ ଏକ ଚାଷୀ ସମାବେଶ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଉପେନ୍ଦ୍ର ରାଉଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଜିଲ୍ଲାରେ ବିଭିନ୍ନ ଚାଷରେ ସଫଳତା ଅର୍ଜନ କରିଥିବା ୫୧ ଜଣ ଚାଷୀମାନଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଗଛ ଚାରା ଦେଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସମ୍ବର୍ଦ୍ଧିତ କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ ଏକଶତ ଦିନରେ ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର କୃଷକ ମାନଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା, ୫୮ ସବଡିଭିଜନରେ ଶୀତଳଭଣ୍ଡାର କରିବା, ୬ ଲକ୍ଷ ଚାଷୀମାନଙ୍କୁ ପି.ଏମ.କିଷାନରେ ସାମିଲ କରିବା ସହିତ ସହରାଞ୍ଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ ପରିବାର ପୁଅ ଓ ଝିଅ ମାନେ ଉଚ୍ଚଶିକ୍ଷା ପଢିବା ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା, ୩୧୪ ବ୍ଲକରେ ପନିପରିବା ମଣ୍ଡି ଖୋଲିବା, ଅଣ ଜଳସେଚିତ ଜମିକୁ ଉଠା ଜଳସେଚନ ଦ୍ଵାରା ଜଳସେଚନ କରିବା ନିଷ୍ପତି ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା ଓ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ଶ୍ରୀ ଅଶୋକ କୁମାର ରଥ ଓ ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡକ୍ଟର ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ବିକାଶ ପାଢୀ, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଅଶୋକ କୁମାର ରାଉଲ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଶଙ୍କର୍ଶଣ ଜେନା, ଜିତେନ୍ଦ୍ର କୁମାର ବିଶ୍ବାଳ, ମଙ୍ଗରାଜ ନାୟକ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ହଜାରରୁ ଊର୍ଦ୍ଧ୍ବ ଚାଷୀ ଯୋଗଦାନ କରିଥିଲେ।