ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ବିଭାଗ ପ୍ରାଇଭେଟ ସେକ୍ରେଟାରୀ

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରାଇଭେଟ ସେକ୍ରେଟାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।

ଏକକାଳୀନ ୮ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର, ୦୮/୧୦: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରାଇଭେଟ ସେକ୍ରେଟାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୋର ୪ଟାରୁ ରମେଶ ଚନ୍ଦ୍ର ଜେନାଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ବର କଳିଙ୍ଗନଗର ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଗୋଠପାଟଣାରେ ଥିବା ତିନି ମହଲା ବିଶିଷ୍ଟ କୋଠା, ୟୁନିଟ୍ ୨ରେ ସରକାରୀ କ୍ୱାଟର୍ସ ଓ କାର୍ଯ୍ୟାଳୟ, ପୁରୀ ଜିଲ୍ଲାର ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର ଏବଂ ଖୋର୍ଦ୍ଧା ଟାଙ୍ଗୀସ୍ଥିତ କାଳୁପଡାରେ ଥିବା ସମ୍ପର୍କୀୟଙ୍କ ଘର ଓ ନିରାକାରପୁରରେ ଥିବା ଆଉ ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢାଉରେ ୮ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ୧୦ ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।