ସୁଭଦ୍ରା ଯୋଜନା: ଆବେଦନ କଲେଣି ୧ କୋଟି ୬୦ ହଜାର

ସୁଭଦ୍ରା ଟଙ୍କା ମିଳିନଥିଲେ ଫୋନ ଯିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୧: ସୁଭଦ୍ରା ଯୋଜନାରେ ଯେଉଁ ଆବେଦନକାରୀଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ସେମାନଙ୍କୁ ଅବଗତ କରାଯିବ। ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଯେଉଁ ମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇନଥିବେ, ସେମାନଙ୍କୁ ଫୋନ୍ କଲ୍ ଯିବଠ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧ କୋଟି ୬୦ ହଜାରରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ପଞ୍ଜୀକରଣ ପ୍ରକ୍ରିୟାରେ କିଛି ତ୍ରୁଟି ଯୋଗୁଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଟଙ୍କା ପାଇନାହାନ୍ତି। ଯେଉଁମାନେ ଏହି ସମସ୍ୟା ଦେଇ ଗତି କରିବେ, ସେମାନଙ୍କୁ ଫୋନ୍ କରି ସମସ୍ୟାର ସମାଧାନ କରାଯିବ, ଏବଂ କେଉଁ କାରଣରୁ ଟଙ୍କା ଖାତାକୁ ଯାଇ ପାରିନି ସେ ନେଇ ଅବଗତ କରାଯିବ। ଏହା ସହ ବ୍ଲକସ୍ତରରେ ଯାଞ୍ଚ କରାଯିବ ଏବଂ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଟଙ୍କା ପାଇବାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ବୁଝିବେ।