ଭାଙ୍ଗୁଛି ବିଜେଡି: ପୁଣି ଉଠିଲା ଝଡ଼

ଦଳ ଛାଡିବାକୁ ନେଇ ଅମର-ଲେନିନ ମୁହାଁମୁହିଁ

ଭୁବନେଶ୍ବର, ୧୪/୧୦: ବିଜୁ ଜନତା ଦଳରେ ଦେଖାଦେଇଛି ଝଡ। ଦଳ ଡିଆଁ ପ୍ରତିଯୋଗିତାରେ ସାମିଲ ହୋଇପାରନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଛନ୍ତି, ଦଳରେ ସଭ୍ୟ ହୋଇଅ1ଠଠ୍ନାହିଁ ଏବଂ ସଭ୍ୟ ଅଭିଯାନରେ ସଦସ୍ୟତା ନବୀକରଣ କରିନାହିଁ, ତେଣୁ ଏବେ ବିଜେଡିରେ ମଧ୍ୟ ନାହିଁ। ଦଳର ପରିବେଶ ସାମ୍ପ୍ରତିକ ପରିସ୍ଥିତି ନେଇ ସଂଗଠନରେ ମୋର ଶ୍ୱାସରୁଦ୍ଧ ଅନୁଭବ ହେଉଥିଲା। ବର୍ତ୍ତମାନ କୌଣସି ରାଜନୈତିକ କାର୍ଯ୍ୟକଳାପ ସହ ଜଡ଼ିତ ନାହିଁ। ହେଲେ, ବିଜେପି ସମେତ ଅନେକ ରାଜନୈତିକ ଦଳମାନଙ୍କ ସହ ଯୋଗାଯୋଗରେ ଅଛି। ମୁଁ ବର୍ତ୍ତମାନ ରାଜନୈତିକ କାର୍ଯ୍ୟକଳାପଠାରୁ ନିଜକୁ ଦୂରେଇ ରଖିଛି। ଭବିଷ୍ୟତରେ କେଉଁ ଦଳକୁ ଯିବି କିମ୍ବା କଣ ସ୍ଥିତି ରହିବ ସେ ନେଇ ଏବେ କହିବାକୁ ଚାହୁଁନାହିଁ।

ଅନ୍ୟପଟେ ଅମର ଶତପଥୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଅମର ଶତପଥୀ ଯଦି ଦଳରେ ଶ୍ୱାସରୁଦ୍ଧ ଅଛନ୍ତି ତେବେ ଦଳ ଛାଡି ପାରନ୍ତି। ଯଦି ସେ ବିଜେଡିରେ ରହିବାକୁ ଚାହାଁନ୍ତି ନାହିଁ, ତେବେ ଦଳ ଛାଡିବା ଭଲ ହେବ। ଶ୍ରୀ ଶତପଥୀଙ୍କୁ ବିଜେଡି ଅନେକ ସୁଯୋଗ ଦେଇଥିବାରୁ ୬ ଥର ବିଧାୟକ ହୋଇଛନ୍ତି ଏବଂ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଯଦି ସେ ଇସ୍ତଫା ଦେଇ ଅନ୍ୟ ରାଜନୈତିକ ଦଳରେ ଯୋଗ ଦିଅନ୍ତି ତେବେ ଦଳ ପ୍ରଭାବିତ ହେବ ନାହିଁ ଏବଂ ପଇସାଟାର ଫରକ ମଧ୍ୟ ପଡିବ ନାହିଁ।