ବିପଦ ସଙ୍କେତ ଉପରେ ବୈତରଣୀ

ଲଘୁଚାପ ବର୍ଷା ପାଇଁ ଭିଜିଛି ଭଦ୍ରକ । ରାତି ସାରା ଅବିଶ୍ରାନ୍ତ ବର୍ଷା ହେଉଛି । ଲଗାଣ ବର୍ଷା ପାଇଁ  ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ, ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳ ସ୍ତର  ୧୭.୯୬ ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର  ବାଡିଛି  । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ଭଦ୍ରକ ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳିଆ ଅଞ୍ଚଳର ଚାଷଜମି ପ୍ରଭାବିତ ହୋଇଛି ।

ଲଗାଣ ବର୍ଷା ପାଇଁ ଭଦ୍ରକ ପୌରାଞ୍ଚଳ ଅଧିନରେ କେତେକ ୱାର୍ଡର ୬ଟି ପରିବାରର ୩୦ ଜଣଙ୍କୁ ରାତ୍ର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।