ଭୁବନେଶ୍ବର, ୦୩/୧୧: ନଭେମ୍ବର ୪ ତାରିଖ(ସୋମବାର) ଏବଂ ୧୧ ତାରିଖ (ସୋମବାର) ରେ ୟୁନିଟ-୫, ଭୁବନେଶ୍ବରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସମ୍ପର୍କରେ ଜନସାଧାରଣ ତଥା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ପୂର୍ବରୁ ଅନଲାଇନ ପଞ୍ଜିକରଣ କରିଥିବା ଆବେଦନକାରୀଙ୍କ ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Next Post