କନ୍ଧମାଳ, ୦୪/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ଅଶୋକ ପାଢ଼ୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଲ୍ ମଞ୍ଜୁର କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ସରକାରୀ କ୍ୱାର୍ଟର୍ସରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ଶ୍ରୀ ପାଢ଼ୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।